Updated the information till date (14-Jan, 2025) for Uday Narayan Dalai and his lineage.
The initial draft was made by my Badabapa Abhay Kumar Dalai and I have modified few.
Will update this when new info comes into picture.🙂
ଦଳାଇ : ଉପନାମର ଉର୍ଦ୍ଧ୍ଵରେ..ଏକ ଗୌରବାନ୍ୱିତ ଉପାଧିରେ ସମ୍ମାନିତ ଓ ଏକ ଅପରାଜେୟ କ୍ଷତ୍ରିୟର ଆଭିଜାତ୍ୟ.. ତଥା କିଛି ଅନୁଭବ ଓ କିଛି ଅନୁଭୂତିର କାହାଣୀ କହୁଥିବା ଏଇ ପୃଷ୍ଠା ସେହି ଦଳାଇ ବଂଶର କୁଳ ଦେବତା ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପାଖରେ ଚିର ନତମସ୍ତକ!
Updated the information till date (14-Jan, 2025) for Uday Narayan Dalai and his lineage.
The initial draft was made by my Badabapa Abhay Kumar Dalai and I have modified few.
Will update this when new info comes into picture.🙂
Attached the images of handwritten notes of Abhay Kumar Dalai which describes the struggles faced during the time of Settlement process.
On the occasion of Late Pitambar Dalai's death anniversary
Bhagabat Dalai writes.. ✒️
ଆଜି ଆମ ପରିବାରର ବଡବାପା ସ୍ଵର୍ଗତ ପିତାମ୍ବର ଦଳାଇ ଙ୍କର ପୁଣ୍ଯ ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ପିଲାବେଳେ ତାଙ୍କର ସ୍ନେହୀ ଓ ନିଷ୍କପଟ ଭଲ ପାଇବା ଗୁଣ ଗୁଡିକ ଆଖି ଆଗରେ ନାଚି ଯାଉଛି । ଉପରକୁ ଭାରି କଠୋର ଲାଗୁ ଥିଲେ ବି ଅନ୍ତର ଭିତରେ ଆମ ପାଇଁ ସ୍ନେହର ଗନ୍ତାଘର ଥିଲେ ।ଆମେ ସ୍କୁଲ ରୁ ଭାତ ଖିଆ ଛୁଟିରେ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରନ୍ତି ଓ ଆମକୁ ତାଙ୍କ ସଙ୍ଗରେ ଗୋଟିଏ ଥାଳିରେ ଖୁଆନ୍ତି । ତାଙ୍କ ପାଇଁ ଯୋଗେନ୍ଦ୍ର ମାଷ୍ଟ୍ରେ ଙ୍କ ପେଟ chimutiba ରୁ ରକ୍ଷା ପାଉଥିଲୁ । ମାଛ ରୁ କଣ୍ଟା କାଢି, ଆମ ନାକରୁ ସିଙ୍ଘାଣି ପୋଛି ଭାତ ନ ଖୁଆଇ ଦେଲେ ତାଙ୍କୁ ଶାନ୍ତି ମିଳେନାହିଁ । କୁଆଡେ ଗଲା ସେଇ ଦିନ ଗୁଡିକ । ମାଛ ଧରିବା ବେଳେ ଠକରା ମାମୁଁ ଙ୍କ କାନ୍ଧ ଉପରେ ବସି ବାଉଁଶ ପୋତିବେ ଆଉ ମାଛ ଡେଇଁ ଗଲେ ବାପାଙ୍କ ଉପରେ ଓ ଅନ୍ୟ ମାନଙ୍କ ଉପରେ ଯୋଉ ଗାଳି ସବୁ ଆଜି ପ୍ରତିବିମ୍ବିତ ହେଇଯାଉଛି । brain stroke ପରେ ବାଲେଶ୍ଵର hospital ଆଣିବା ଏବଂ ମୃତ୍ୟୁ ସମୟରେ ତାଙ୍କର ଅଳ୍ପ ସେବା କରିବା ପାଇଁ ସୁଯୋଗ ପାଇଥିଲି । ଆମ କୁଳଦେବତାଙ୍କୁ ପ୍ରାର୍ଥନା କରୁଛି ପରଲୋକ ରେ ଥାଇ ସେ ଆମ ମାନଙ୍କୁ ଆଶିର୍ବାଦ କରନ୍ତୁ ।
Bhagabat Dalai writes.. ✒️
ଆସନ୍ତା କାଲି ମାର୍ଗଶିର ମାସ ଶେଷ ପାଳି ଗୁରୁବାର ଏବଂ ବ୍ୟଞ୍ଜନ ଦ୍ଵାଦଶୀ । ମାଆ 2007 ମସିହାରେ ଏହି ଭଳି ଏକ ଗୁରୁବାର ଶୀତ ରାତିରେ କଟକ SCB Hospital ରେ ଆମ ମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ବ୍ରେନ stroke ହେଲା ପରେ ବାଲେଶ୍ଵର hospital ରୁ refer ହୋଇ ମାଆଙ୍କୁ କଟକ ନେଇ ଥିଲୁ । କିନ୍ତୁ ତାଙ୍କୁ ସୁସ୍ଥ କରି ଆଣି ପାରିଲୁ ନାହିଁ । ମାଆଙ୍କ ପରଲୋକ ଆମ ହୃଦୟରେ ଅପୂରଣୀୟ କ୍ଷତ ସୃଷ୍ଟି କରିଥିଲା ଯାହା ଆଜି ପର୍ଯ୍ୟନ୍ତ ଲିଭି ନାହିଁ । ଆମ ପରିବାରର ସମସ୍ତ ଭାଇ ମାନଙ୍କୁ ଛୁଆ ଡାକୁ ଥିଲେ ।ଏପରିକି ମୂଲିଆ ମାନଙ୍କୁ ତାଙ୍କର ମଧ୍ଯ ଯୋଉ ଭଲ ପାଇବା କେହି ଭୁଲି ପାରିବେ ନାହି । ମାଆଙ୍କ ହାତ ରନ୍ଧା ଏତେ ସ୍ଵାଦ ପୂର୍ଣ୍ଣ ଥିଲା ଭୁଲିବା ଅସମ୍ଭବ। ଆମ ପରିବାରର ସାନ ବୋହୁ ଭାବେ ଶାଶୁ ଶ୍ୱଶୁର ଙ୍କ ସେବା କେବେ ଉଣା କରିବା ମୁଁ ଦେଖିନାହିଁ ମୋ ପିଲାବେଳେ । ଆସନ୍ତା କାଲି ତାଙ୍କର ପୁଣ୍ଯ ଶ୍ରାଦ୍ଧ ଦିବସ ଅବସରରେ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେହିପରି ମାଆଙ୍କ କୋଳରେ ଆମେ ପୁଣି ଜନ୍ମ ଦିଅନ୍ତୁ ଏତିକି ଆମ କୁଳଦେବତାଙ୍କ ନିକଟରେ ପ୍ରାର୍ଥନା କରୁଛି । ସଦା ସର୍ବଦା ତାଙ୍କର ସ୍ନେହାଶିଷ ଆମକୁ ପ୍ରାପ୍ତ ହେଉ।
Pragyan Dalai writes..✒️
ଠାକୁର ଭଲ ଲୋକ ମାନଙ୍କୁ ଶୀଘ୍ର ନେଇଗଲା ପରି ମୋ ବୁଢୀମା ଙ୍କୁ ବି ବହୁତ ଜଲଦି ଡାକି ନେଇଥିଲେ ତାଙ୍କ ପାଖକୁ..
ମାତ୍ର ଦଶ ବର୍ଷ ବୟସରୁ ବିବାହ କରି ଆସିଥିଲେ ସିଂଲା..
କିନ୍ତୁ ଏତେ ଛୋଟ ଦିନରୁ ବି ସମସ୍ତଙ୍କୁ ନିଜର କରି ନବାର ଗୋଟେ କଳା ଥିଲା ଯେମିତି ତା ପାଖେ.. ବହୁତ୍ କ୍ଵଚିତ୍ ଫଟୋରେ ସେ ଏକା ଥିବ.. ଗୋଟେ ଅଧେ କେବେ କେମିତି.. ନହେଲେ ତ ସବୁ ଫଟୋରେ ନାତି ନାତୁଣୀ ମାନଙ୍କୁ ଧରି ବସିଥିବ..ଆମେ ଛୋଟ ବେଳେ ପୁରୀ ଯିବାର ଯେତିକି ଫଟୋ.. ସିଂଲା ରେ ଉଠା ଯାଇଥିବା ଫଟୋ ସବୁ... ସବୁ ଗୁଡ଼ା ଗ୍ରୁପ ଫଟୋ...ସବୁଥିରେ ସେ ସମସ୍ତଙ୍କୁ ଜାବୁଡ଼ି ଧରି ତାର ଖୁସି.. ବୋଧେ ସେଇ ସବୁ ମୁହୂର୍ତ୍ତ ଗୁଡ଼ା ଆମ ଭିତରେ ଏତେ ବେଶୀ ଛାପ ଛାଡ଼ି ଯାଇଚି ଯେ ଆଜିକା ତାରିଖରେ ବି ଯୋଉଠି ଥିଲେ ବି ସିଂଲା ଯିବାର ଗୋଟେ ଅଦମ୍ଯ ଇଚ୍ଛା ଆଉ ଚେଷ୍ଟା ଥାଏ.. Because It feels she is there.. SHE was always there.. ସେ ଅଛି ଆଉ ଥିବ ବି.. ସେଇ ମାଟିରେ.. ପବନରେ..ସେଇ ଗଛପତ୍ର ରେ.. ନିଶ୍ଵାସରେ.. ଆଉ ବିଶ୍ଵାସରେ..
ଗୋଟେ ଅନୁଭବ ର କଥା କହୁଚି...
ମୋତେ ସବୁବେଳେ ଲାଗି ଆସିଛି ଯେମିତି .. ସେ ମୋ ପାଖରେ ଅଛି.. ଡାକିଲେ ଶୁଣେ.. କିଛି ଜିନିଷ ନ ମିଳିଲେ ତାକୁ ମନେ ମନେ ଡାକେ.. ବୁଢୀମା, କୋଉଠି ଅଛି.. ମୁଁ କାହିଁକି ପାଉନି.. ଟିକେ ଖୋଜି ଦେ.. ଆଉ ବିଶ୍ଵାସରେ ଭଗବାନ ମିଳିଲା ପରି.. ଠିକ୍ ତା ପରେ ମୋତେ ଜିନିଷଟା ମିଳିଯାଏ..
ଯେତେବେଳେ ବମ୍ବେ ଗଲି ସେଠି ବି ତାକୁ ସ୍ଵପ୍ନରେ ଦେଖିଛି.. ଏମିତି କି ଶୈଳଶ୍ରୀ ବିହାର ଘର ପ୍ରତିଷ୍ଠା ପରେ ବି ସ୍ଵପ୍ନରେ ତାକୁ ଦେଖିଛି.. ଯେମିତି ସେ ମୋ ସଙ୍ଗେ ଅଛି.. ମୋ ସଙ୍ଗେ travel କରୁଛି.. ମୁଁ କୋଉଠି କେମିତି ଅଛି ଆସି ଦେଖି ଯାଉଚି..
ଏମିତି କେତେ ଅନୁଭବ ଆଉ ଅନୁଭୂତି..
ସହନଶୀଳତା ଆଉ ଗଭୀର ଭଲପାଇବାର ପ୍ରତୀକ ମୋ ବୁଢୀମା..
ଯେତିକି ଆପଣ ପଣରେ ସେ ସମସ୍ତଙ୍କୁ ବାନ୍ଧି ରଖି ପାରିଥିଲା.. ସେତିକି ଭଲପାଇବା ବି ସେ ବାଣ୍ଟି ଚାଲିଥିଲା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ..
ସମସ୍ତଙ୍କୁ ସ୍ନେହ ପ୍ରେମ ବାଣ୍ଟି ଚାଲିଥିଲା.. ଏବେ ବି କିଛି ଭଲ ମନ୍ଦ ଦିନରେ ତାର ଅନୁପସ୍ଥିତି କଷ୍ଟ ଦିଏ.. ମନ ଭିତରେ ଗୋଟେ ଅସମାହିତ ପ୍ରଶ୍ନ.. କାହିଁକି ଏତେ ଶୀଘ୍ର ସେ ଚାଲିଗଲା.. କୋଉ ନାତି ନାତୁଣୀ ବାହାଘର ଦେଖି ନପାରି... ସବୁଠୁ ଖୁସି ତ ସେ ହେଇଥାନ୍ତା.. ଖୁସିରେ ପାଦ ତଳେ ଲାଗିନଥାନ୍ତା.. ଏତେ ବଡ଼ ସଂସାର ପଛରେ ଛାଡ଼ି ଚିର ବିଦାୟ ନବାର ଦୃଶ୍ୟ ଭାରି ଦାରୁଣ.. ନିଜ ନିକଟ ଲୋକ ମାନଙ୍କୁ ନିଜଠାରୁ ଦୁରେଇ ଯିବାର କଷ୍ଟ ଚିରଦିନ ହୃଦୟକୁ କ୍ଷତବିକ୍ଷତ କରେ ..
ଆଜିର ଏଇ ପୁଣ୍ୟ ଶ୍ରାଦ୍ଧ ଦିବସରେ ଏତିକି ମାଗୁଣି.. ଯୋଉଠି ବି ହଉ ଭଲରେ ଥାଉ ସେ.. ସବୁ ଦୁଃଖ ସୁଖ ଶୋକ ରୋଗ ର ଉପରେ..
ଆଉ ଆମକୁ ତା ପରି ସହନଶୀଳ ହବା ପାଇଁ ପ୍ରେରଣା ଆଶୀର୍ବାଦ ଦେଉଥାଉ...
ଢେର୍ ସାରା ଭଲ ପାଇବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ❤️
~ମାମୁନ
Updated the information till date (14-Jan, 2025) for Uday Narayan Dalai and his lineage. The initial draft was made by my Badabapa Abhay K...