Thursday, December 26, 2024

Late Benudhar Dalai

On the occasion of Late Benudhar Dalai's death anniversary 🙏



Bhagabat Dalai writes.. ✒️
ଆଜି ଆମ ପରିବାରର ଅତ୍ଯନ୍ତ ସ୍ନେହୀ ଏବଂ ପ୍ରଭାବଶାଳୀ ବଡବାପା ସ୍ଵର୍ଗତ ବେଣୁଧର ବଡବାପା ଙ୍କର ପୁଣ୍ଯ ଶ୍ରାଦ୍ଧ ଦିବସ । ଆମ ଘରେ ଯେତେବେଳେ ଅନେକ ଅଭାବ ଅନାଟନ ଭିତରେ ଆମେ ରହିଥିଲୁ, ଭଲ ଖାଇବାକୁ ଓ ପିନ୍ଧିବାକୁ ନ ଥିଲା ତାଙ୍କର ଉଦାରତା ଓ ମାନସିକ ସହାୟତା ଆମକୁ ସଂସାରରେ ବଞ୍ଚିରହି ସଂଘର୍ଷ କରିବାକୁ ବଳ ଯୋଗାଇ ଥିଲା। ସ୍ଵର୍ଗତ ପୂର୍ଣ୍ଣ ଭାଇଙ୍କ ଉପରେ ଚାପ ପକାଇ ଭାନୁ ଭାଇଙ୍କୁ ସରକାରି ଚାକିରି ଦେବାରେ ତାଙ୍କର ଅବଦାନ ଆମ ପରିବାର କେବେ ଭୁଲି ପାରିବ ନାହିଁ । କେବଳ ସେତିକି ନୁହେଁ ସ୍ଵର୍ଗତ ଭଗବାନ ଦଳାଇଙ୍କ ପରେ ଆମ ବଂଶର ଗାରିମା ଓ ଗୌରବ ବୃଦ୍ଧିରେ ତାଙ୍କର ଦାନ ଅନନ୍ୟ ଓ ଅତୁଳନୀୟ। ଆଜି ଏହି ପୁଣ୍ଯ ତିଥିରେ ତାଙ୍କର ଆଶୀର୍ବାଦ ଆମ ଉପରେ ଝରିପଡ଼ୁ, ତାଙ୍କ ଭଳି ପୂର୍ବଜ ମାନଙ୍କ ସହିତ ଆମର ଜନ୍ମ ଜନ୍ମର ସମ୍ପର୍କ ଅତୁଟ ରହୁ ଏତିକି କୁଳଦେବତାଙ୍କୁ ପ୍ରାର୍ଥନା ।

 

Settlement struggles and stories

  Attached the images of handwritten notes of Abhay Kumar Dalai which describes the  struggles faced during the time of Settlement process.














Bhagabat Dalai writes.. ✒️
ବାସ୍ତବିକ ଆମ Dalai ପରିବାରର ଜମି ବାଡି ବିବାଦ ର ସରଳ ସମାଧାନ ଆଣିବାକୁ ଭାଇଙ୍କ ଅବଦାନ ଓ ତ୍ୟାଗ ଆମେ କେହି ଭୁଲି ପାରିବା ନାହିଁ । ଭାଇଙ୍କ ଉପର ଲେଖା ଅନୁସାରେ ମୋଟ ଶହେ କୋଡ଼ିଏ ଏକର ଜମି ଭିତରୁ ଆମର ଅଂଶ ଥିଲା ଷାଠିଏ ଏକର ଜମି ଯାହାକି ଆମ ବାପା ବଡ଼ ବାପା ଓ କକା ମାନଙ୍କ ଭିତରେ ବଣ୍ଟନ ହୋଇ ଭବିଷ୍ୟତର ବିବାଦକୁ ଏଡ଼ାଇ ଦିଆଯାଇ ପାରିଲା । ଭାଇଙ୍କ ଘର କୋର୍ଟ partition ହେଲା ପରେ ମୁଁ ମଧ୍ଯ ଆମ ଚାରି ଭାଇଙ୍କ ଭିତରେ ସେହି ଭଳି କୋର୍ଟ partition କରିବାକୁ ନିଷ୍ପତ୍ତି ନେଇ ସଫଳ ହେଲି । ପରେ ନୟନ ମଧ୍ଯ ଏଥିରେ ସଫଳ ହୋଇଛି ।କିନ୍ତୁ kunabhai ଓ nandhubhai କିମ୍ବା ବସ୍ତା କୁନି ଭାଇଙ୍କ ଘରେ ଏପର୍ଯ୍ୟନ୍ତ ତାହା ହୋଇ ପାରିଲାନି । ସମୟ ଓ ସୁଯୋଗ ସବୁ ବେଳେ ଆସିବ ନାହିଁ । settlement ବେଳେ ମୁଁ Jamsuli college ରେ ଥାଇ ଭାଇଙ୍କ ଅବଦାନ କୁ ଅତି ପାଖରୁ ଦେଖିଛି । ଆମ କୁଳଦେବତାଙ୍କ ଆଶିର୍ବାଦ ରୁ ଏତେ ବଡ଼ ପରିବାର ଭବିଷ୍ୟତର କୋର୍ଟ କଚେରୀକୁ ଦୌଡିବାକୁ ପଡିଲା ନାହିଁ କିମ୍ବା ପାରସ୍ପରିକ କଳହ ଓ ବିବାଦକୁ ଏଡ଼ାଇ ଦିଆଯାଇ ପାରିଲା । ଏବେବି ସମୟ ଅଛି ଯୋଉ ଭାଇ ଓ ପୁତୁରା ମାନଙ୍କ କିଛି ସମସ୍ୟା ରହିଛି ସେମାନଙ୍କୁ ମୋର ପରାମର୍ଶ କୋର୍ଟ partition କରିବାକୁ ଚେଷ୍ଟା କଲେ ଭଲ ହୁଅନ୍ତା ।


Late Pitambar Dalai

 On the occasion of Late Pitambar Dalai's death anniversary

Bhagabat Dalai writes.. ✒️

ଆଜି ଆମ ପରିବାରର ବଡବାପା ସ୍ଵର୍ଗତ ପିତାମ୍ବର ଦଳାଇ ଙ୍କର ପୁଣ୍ଯ  ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି  । ପିଲାବେଳେ ତାଙ୍କର ସ୍ନେହୀ ଓ ନିଷ୍କପଟ ଭଲ ପାଇବା ଗୁଣ ଗୁଡିକ ଆଖି ଆଗରେ ନାଚି ଯାଉଛି  । ଉପରକୁ ଭାରି  କଠୋର  ଲାଗୁ ଥିଲେ ବି ଅନ୍ତର ଭିତରେ ଆମ ପାଇଁ ସ୍ନେହର ଗନ୍ତାଘର  ଥିଲେ  ।ଆମେ ସ୍କୁଲ ରୁ ଭାତ ଖିଆ ଛୁଟିରେ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରନ୍ତି  ଓ ଆମକୁ ତାଙ୍କ ସଙ୍ଗରେ  ଗୋଟିଏ ଥାଳିରେ  ଖୁଆନ୍ତି  । ତାଙ୍କ ପାଇଁ ଯୋଗେନ୍ଦ୍ର ମାଷ୍ଟ୍ରେ ଙ୍କ ପେଟ chimutiba ରୁ ରକ୍ଷା  ପାଉଥିଲୁ  । ମାଛ ରୁ କଣ୍ଟା କାଢି, ଆମ ନାକରୁ ସିଙ୍ଘାଣି ପୋଛି ଭାତ ନ ଖୁଆଇ ଦେଲେ ତାଙ୍କୁ ଶାନ୍ତି ମିଳେନାହିଁ  । କୁଆଡେ ଗଲା ସେଇ ଦିନ ଗୁଡିକ  । ମାଛ  ଧରିବା ବେଳେ  ଠକରା ମାମୁଁ ଙ୍କ କାନ୍ଧ ଉପରେ ବସି ବାଉଁଶ ପୋତିବେ  ଆଉ ମାଛ ଡେଇଁ ଗଲେ  ବାପାଙ୍କ ଉପରେ ଓ ଅନ୍ୟ ମାନଙ୍କ ଉପରେ ଯୋଉ ଗାଳି ସବୁ ଆଜି ପ୍ରତିବିମ୍ବିତ ହେଇଯାଉଛି  । brain stroke ପରେ ବାଲେଶ୍ଵର hospital ଆଣିବା ଏବଂ  ମୃତ୍ୟୁ ସମୟରେ ତାଙ୍କର ଅଳ୍ପ ସେବା କରିବା ପାଇଁ ସୁଯୋଗ ପାଇଥିଲି  । ଆମ କୁଳଦେବତାଙ୍କୁ ପ୍ରାର୍ଥନା କରୁଛି  ପରଲୋକ ରେ ଥାଇ ସେ ଆମ ମାନଙ୍କୁ ଆଶିର୍ବାଦ କରନ୍ତୁ  ।


Late Ajay Dalai

On the occasion of Late Ajay Dalai's death anniversary. 

Bhagabat Dalai writes ✒️
ଆଜି ଆମ ପରିବାରର ବଡଭାଇ ଅଜୟ ଭାଇଙ୍କ ( ମାଆ ଖୁଡୀ ମାନଙ୍କ ଅତି ପ୍ରିୟ ବାବୁ ଭାଇଙ୍କ ) ପୁଣ୍ଯ ଶ୍ରାଦ୍ଧ ଦିବସ  । ଭାଇଙ୍କ ସ୍ନେହବୋଳା କଥା ଗୁଡିକ ଜୀବନ ଥିବା ଯାଏଁ ଭୁଲି ହେବ ନାହିଁ  । ପରିବାରର ଛୋଟ ବଡ   ସମସ୍ତଙ୍କୁ ସେ ଆପଣାର କରି ଅନେକଙ୍କ ଫଟୋ ନିଜ କ୍ୟାମେରା ଭିତରେ ସାଇତି ରଖିବା ଅଭ୍ୟାସ  ଥିଲା  ଭାଇଙ୍କର  । ଥରେ  ମୋର  ଅନୁରୋଧ ରଖି ମୋ ସହିତ ମାମୁଁ ଙ୍କ ଗାଁ ଭୋଗରାଇ ର Khalabadia  ଯାଇ ଅଜା ଆଇଙ୍କ ଫଟୋ ଉଠାଇ ମୋତେ print କରି ଦେଲେ  । ଗାଁ ରେ ବିବାଦ ଥିବା ବେଳେ ପ୍ରତି ଶନିବାର ଘରକୁ ଆସି ଗାଁ ଓ ଆମ ବଂଶ ସହିତ ଆଲୋଚନା କରି ମିଥ୍ଯା ମୋକଦ୍ଦମା ରୁ ମୁକ୍ତ କରିବା ପାଇଁ ତାଙ୍କର ଅବଦାନ ଆମେ ଭୁଲି ପାରିବୁ ନାହିଁ  । ସବୁ ବେଳେ ପରିବାର ଓ ଗାଁ ର ବିକାଶ ପାଇଁ ସେ ଚିନ୍ତିତ ଥିଲେ  । ତାଙ୍କର ଅନ୍ୟ ଅବଦାନ ଥିଲା  ଆମ  ପାଇଁ  ଏକ ଛୋଟ ବାସନ୍ତୀ ଲାଇବ୍ରେରୀ  ନାମରେ  ପାଠାଗାର  । ମୋର ମନେ ଅଛି 1978 ମସିହାରେ ମୁଁ ବାଲେଶ୍ଵର ରେ ପଢୁଥିବା ସମୟରେ ମୋତେ ନେଇ ଫକିର ମୋହନ ମହାବିଦ୍ୟାଳୟ ର ଲାଇବ୍ରେରୀ ରେ ପରିଚିତ କରାଇ ଦେଲେ  । ଯାହା ଫଳରେ  ମୁଁ ରାଜନୀତି ବିଜ୍ଞାନରେ  M.A. pass କରିବା ପର୍ୟ୍ୟନ୍ତ  ଗୋଟିଏ  ମାତ୍ର ବହି କିଣି  ପରୀକ୍ଷାରେ ପାସ କଲି  । ବାଲେଶ୍ଵର  କଳିଙ୍ଗ mess ରେ ମୋତେ ରଖିବା ଓ ମୋତେ ସହାୟତା ଦେଇଥିବା ଯୋଗୁଁ  ମୁଁ  ଆଜୀବନ କୃତଜ୍ଞ ରହିବି  । ବାଲେଶ୍ବର hospital ରେ ତାଙ୍କର ପରଲୋକ ହେବା ଦିନ ଉପସ୍ଥିତ ରହି ଥିଲି  । ହାର୍ଟ stroke ହେବା ପରେ ତାଙ୍କୁ hospital ନିଆ ଯାଇଥିଲା  । ନିଜର ଝିଆରୀ ଜ୍ୱାଇଁ  ଡକ୍ଟର ସୁଶାନ୍ତ ନାୟକ ଙ୍କ  ଅକ୍ଲାନ୍ତ ଉଦ୍ୟମ ସତ୍ତ୍ଵେ  ଆମେ ତାଙ୍କୁ  ହରାଇଛୁ  । ସେହି  ଦୁଖଦ ମୁହୂର୍ତ୍ତର  ସମସ୍ତ ଘଟଣା ଗୁଡିକ  ଆଜି ଆଖି ଆଗରେ ଜୀବନ୍ତ ହୋଇ ଉଠୁଛି  । ଆଜି ଏହି ପୁଣ୍ଯ ତିଥିରେ ଆମ ପରିବାରର କୁଳଦେବତାଙ୍କୁ ପ୍ରାର୍ଥନା କରୁଛି ତାଙ୍କରି ପରି ବଡ ଭାଇ ଆମ ମାନଙ୍କୁ ସବୁ ଜନ୍ମରେ ପ୍ରାପ୍ତ ହେଉ ଥାଉ  । ଆଖିରୁ ଲୁହ ଝରାଇ  ତାଙ୍କର  ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସ୍ଥାନ ପାଇଥାଉ  ଏତିକି ପ୍ରାର୍ଥନା  କରୁଛି  । 


Jyotsna Dalai writes.. ✒️
ଆଜି ଆମ ବଡ ଭାଇଙ୍କ ଶ୍ରାଦ୍ଧ । ତାଙ୍କ ସ୍ନେହ ମୋପାଇଁ ଅଭୁଲା ସ୍ମୃତି |ସେ ଯେଉଁଠି ବି ଥାଆନ୍ତୁ ଭଲରେ ଥାଆନ୍ତୁ ଆଉ ଆମକୁ ଆଶୀର୍ବାଦ କରୁଥାଆନ୍ତୁ ଏହା ଶ୍ରୀ ରଘୁନାଥଙ୍କ ଚରଣରେ ମୋର ମାଗୁଣୀ । 🙏🙏 

11 Dec, 2024










Bhagabat Dalai writes.. ✒️

ଆସନ୍ତା କାଲି ମାର୍ଗଶିର ମାସ ଶେଷ ପାଳି  ଗୁରୁବାର  ଏବଂ ବ୍ୟଞ୍ଜନ ଦ୍ଵାଦଶୀ । ମାଆ  2007 ମସିହାରେ ଏହି ଭଳି ଏକ ଗୁରୁବାର ଶୀତ ରାତିରେ କଟକ SCB Hospital  ରେ  ଆମ ମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ  । ବ୍ରେନ stroke ହେଲା ପରେ ବାଲେଶ୍ଵର hospital  ରୁ refer ହୋଇ  ମାଆଙ୍କୁ  କଟକ  ନେଇ ଥିଲୁ  । କିନ୍ତୁ ତାଙ୍କୁ ସୁସ୍ଥ କରି ଆଣି ପାରିଲୁ ନାହିଁ  । ମାଆଙ୍କ ପରଲୋକ ଆମ ହୃଦୟରେ ଅପୂରଣୀୟ କ୍ଷତ ସୃଷ୍ଟି କରିଥିଲା  ଯାହା ଆଜି ପର୍ଯ୍ୟନ୍ତ ଲିଭି ନାହିଁ  ।  ଆମ ପରିବାରର ସମସ୍ତ ଭାଇ ମାନଙ୍କୁ ଛୁଆ ଡାକୁ ଥିଲେ  ।ଏପରିକି  ମୂଲିଆ ମାନଙ୍କୁ ତାଙ୍କର ମଧ୍ଯ ଯୋଉ ଭଲ ପାଇବା  କେହି ଭୁଲି ପାରିବେ ନାହି । ମାଆଙ୍କ ହାତ ରନ୍ଧା ଏତେ ସ୍ଵାଦ ପୂର୍ଣ୍ଣ ଥିଲା  ଭୁଲିବା ଅସମ୍ଭବ।  ଆମ ପରିବାରର ସାନ ବୋହୁ ଭାବେ ଶାଶୁ ଶ୍ୱଶୁର ଙ୍କ ସେବା କେବେ ଉଣା କରିବା ମୁଁ ଦେଖିନାହିଁ  ମୋ ପିଲାବେଳେ  । ଆସନ୍ତା କାଲି ତାଙ୍କର ପୁଣ୍ଯ ଶ୍ରାଦ୍ଧ ଦିବସ ଅବସରରେ  ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେହିପରି  ମାଆଙ୍କ କୋଳରେ ଆମେ ପୁଣି ଜନ୍ମ ଦିଅନ୍ତୁ  ଏତିକି ଆମ କୁଳଦେବତାଙ୍କ ନିକଟରେ ପ୍ରାର୍ଥନା  କରୁଛି । ସଦା ସର୍ବଦା ତାଙ୍କର ସ୍ନେହାଶିଷ  ଆମକୁ ପ୍ରାପ୍ତ ହେଉ।


Pragyan Dalai writes..✒️

ଠାକୁର ଭଲ ଲୋକ ମାନଙ୍କୁ ଶୀଘ୍ର ନେଇଗଲା ପରି ମୋ ବୁଢୀମା ଙ୍କୁ ବି ବହୁତ ଜଲଦି ଡାକି ନେଇଥିଲେ ତାଙ୍କ ପାଖକୁ.. 

ମାତ୍ର ଦଶ ବର୍ଷ ବୟସରୁ ବିବାହ କରି ଆସିଥିଲେ ସିଂଲା.. 

କିନ୍ତୁ ଏତେ ଛୋଟ ଦିନରୁ ବି ସମସ୍ତଙ୍କୁ ନିଜର କରି ନବାର ଗୋଟେ କଳା ଥିଲା ଯେମିତି ତା ପାଖେ.. ବହୁତ୍ କ୍ଵଚିତ୍ ଫଟୋରେ ସେ ଏକା ଥିବ.. ଗୋଟେ ଅଧେ କେବେ କେମିତି.. ନହେଲେ ତ ସବୁ ଫଟୋରେ ନାତି ନାତୁଣୀ ମାନଙ୍କୁ ଧରି ବସିଥିବ..ଆମେ ଛୋଟ ବେଳେ ପୁରୀ ଯିବାର ଯେତିକି ଫଟୋ.. ସିଂଲା ରେ ଉଠା ଯାଇଥିବା ଫଟୋ ସବୁ... ସବୁ ଗୁଡ଼ା ଗ୍ରୁପ ଫଟୋ...ସବୁଥିରେ ସେ ସମସ୍ତଙ୍କୁ ଜାବୁଡ଼ି ଧରି ତାର ଖୁସି.. ବୋଧେ ସେଇ ସବୁ ମୁହୂର୍ତ୍ତ ଗୁଡ଼ା ଆମ ଭିତରେ ଏତେ ବେଶୀ ଛାପ ଛାଡ଼ି ଯାଇଚି ଯେ ଆଜିକା ତାରିଖରେ ବି ଯୋଉଠି ଥିଲେ ବି ସିଂଲା ଯିବାର ଗୋଟେ ଅଦମ୍ଯ ଇଚ୍ଛା ଆଉ ଚେଷ୍ଟା ଥାଏ.. Because It feels she is there.. SHE was always there.. ସେ ଅଛି ଆଉ ଥିବ ବି.. ସେଇ ମାଟିରେ.. ପବନରେ..ସେଇ ଗଛପତ୍ର ରେ.. ନିଶ୍ଵାସରେ.. ଆଉ ବିଶ୍ଵାସରେ.. 

ଗୋଟେ ଅନୁଭବ ର କଥା କହୁଚି... 

ମୋତେ ସବୁବେଳେ ଲାଗି ଆସିଛି ଯେମିତି .. ସେ ମୋ ପାଖରେ ଅଛି.. ଡାକିଲେ ଶୁଣେ.. କିଛି ଜିନିଷ ନ ମିଳିଲେ ତାକୁ ମନେ ମନେ ଡାକେ.. ବୁଢୀମା, କୋଉଠି ଅଛି.. ମୁଁ କାହିଁକି ପାଉନି.. ଟିକେ ଖୋଜି ଦେ.. ଆଉ ବିଶ୍ଵାସରେ ଭଗବାନ ମିଳିଲା ପରି.. ଠିକ୍ ତା ପରେ ମୋତେ ଜିନିଷଟା ମିଳିଯାଏ..

ଯେତେବେଳେ ବମ୍ବେ ଗଲି ସେଠି ବି ତାକୁ ସ୍ଵପ୍ନରେ ଦେଖିଛି.. ଏମିତି କି ଶୈଳଶ୍ରୀ ବିହାର ଘର ପ୍ରତିଷ୍ଠା ପରେ ବି ସ୍ଵପ୍ନରେ ତାକୁ ଦେଖିଛି.. ଯେମିତି ସେ ମୋ ସଙ୍ଗେ ଅଛି.. ମୋ ସଙ୍ଗେ travel କରୁଛି.. ମୁଁ କୋଉଠି କେମିତି ଅଛି ଆସି ଦେଖି ଯାଉଚି.. 

ଏମିତି କେତେ ଅନୁଭବ ଆଉ ଅନୁଭୂତି.. 

ସହନଶୀଳତା ଆଉ ଗଭୀର ଭଲପାଇବାର ପ୍ରତୀକ ମୋ ବୁଢୀମା.. 

ଯେତିକି ଆପଣ ପଣରେ ସେ ସମସ୍ତଙ୍କୁ ବାନ୍ଧି ରଖି ପାରିଥିଲା.. ସେତିକି ଭଲପାଇବା ବି ସେ ବାଣ୍ଟି ଚାଲିଥିଲା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ.. 

ସମସ୍ତଙ୍କୁ ସ୍ନେହ ପ୍ରେମ ବାଣ୍ଟି ଚାଲିଥିଲା.. ଏବେ ବି କିଛି ଭଲ ମନ୍ଦ ଦିନରେ ତାର ଅନୁପସ୍ଥିତି କଷ୍ଟ ଦିଏ.. ମନ ଭିତରେ ଗୋଟେ ଅସମାହିତ ପ୍ରଶ୍ନ.. କାହିଁକି ଏତେ ଶୀଘ୍ର ସେ ଚାଲିଗଲା.. କୋଉ ନାତି ନାତୁଣୀ ବାହାଘର ଦେଖି ନପାରି... ସବୁଠୁ ଖୁସି ତ ସେ ହେଇଥାନ୍ତା.. ଖୁସିରେ ପାଦ ତଳେ ଲାଗିନଥାନ୍ତା.. ଏତେ ବଡ଼ ସଂସାର ପଛରେ ଛାଡ଼ି ଚିର ବିଦାୟ ନବାର ଦୃଶ୍ୟ ଭାରି ଦାରୁଣ.. ନିଜ ନିକଟ ଲୋକ ମାନଙ୍କୁ ନିଜଠାରୁ ଦୁରେଇ ଯିବାର କଷ୍ଟ ଚିରଦିନ ହୃଦୟକୁ କ୍ଷତବିକ୍ଷତ କରେ .. 

ଆଜିର ଏଇ ପୁଣ୍ୟ ଶ୍ରାଦ୍ଧ ଦିବସରେ ଏତିକି ମାଗୁଣି.. ଯୋଉଠି ବି ହଉ ଭଲରେ ଥାଉ ସେ.. ସବୁ ଦୁଃଖ ସୁଖ ଶୋକ ରୋଗ ର ଉପରେ.. 

ଆଉ ଆମକୁ ତା ପରି ସହନଶୀଳ ହବା ପାଇଁ ପ୍ରେରଣା ଆଶୀର୍ବାଦ ଦେଉଥାଉ... 

ଢେର୍ ସାରା ଭଲ ପାଇବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ❤️

~ମାମୁନ
 

ଉଦୟ ନାରାୟଣ ଦଳାଇ | ବଂଶାବଳୀ

  Updated the information till date (14-Jan, 2025) for Uday Narayan Dalai and his lineage. The initial draft was made by my Badabapa Abhay K...