On the occasion of Late Ajay Dalai's death anniversary.
Bhagabat Dalai writes ✒️
ଆଜି ଆମ ପରିବାରର ବଡଭାଇ ଅଜୟ ଭାଇଙ୍କ ( ମାଆ ଖୁଡୀ ମାନଙ୍କ ଅତି ପ୍ରିୟ ବାବୁ ଭାଇଙ୍କ ) ପୁଣ୍ଯ ଶ୍ରାଦ୍ଧ ଦିବସ । ଭାଇଙ୍କ ସ୍ନେହବୋଳା କଥା ଗୁଡିକ ଜୀବନ ଥିବା ଯାଏଁ ଭୁଲି ହେବ ନାହିଁ । ପରିବାରର ଛୋଟ ବଡ ସମସ୍ତଙ୍କୁ ସେ ଆପଣାର କରି ଅନେକଙ୍କ ଫଟୋ ନିଜ କ୍ୟାମେରା ଭିତରେ ସାଇତି ରଖିବା ଅଭ୍ୟାସ ଥିଲା ଭାଇଙ୍କର । ଥରେ ମୋର ଅନୁରୋଧ ରଖି ମୋ ସହିତ ମାମୁଁ ଙ୍କ ଗାଁ ଭୋଗରାଇ ର Khalabadia ଯାଇ ଅଜା ଆଇଙ୍କ ଫଟୋ ଉଠାଇ ମୋତେ print କରି ଦେଲେ । ଗାଁ ରେ ବିବାଦ ଥିବା ବେଳେ ପ୍ରତି ଶନିବାର ଘରକୁ ଆସି ଗାଁ ଓ ଆମ ବଂଶ ସହିତ ଆଲୋଚନା କରି ମିଥ୍ଯା ମୋକଦ୍ଦମା ରୁ ମୁକ୍ତ କରିବା ପାଇଁ ତାଙ୍କର ଅବଦାନ ଆମେ ଭୁଲି ପାରିବୁ ନାହିଁ । ସବୁ ବେଳେ ପରିବାର ଓ ଗାଁ ର ବିକାଶ ପାଇଁ ସେ ଚିନ୍ତିତ ଥିଲେ । ତାଙ୍କର ଅନ୍ୟ ଅବଦାନ ଥିଲା ଆମ ପାଇଁ ଏକ ଛୋଟ ବାସନ୍ତୀ ଲାଇବ୍ରେରୀ ନାମରେ ପାଠାଗାର । ମୋର ମନେ ଅଛି 1978 ମସିହାରେ ମୁଁ ବାଲେଶ୍ଵର ରେ ପଢୁଥିବା ସମୟରେ ମୋତେ ନେଇ ଫକିର ମୋହନ ମହାବିଦ୍ୟାଳୟ ର ଲାଇବ୍ରେରୀ ରେ ପରିଚିତ କରାଇ ଦେଲେ । ଯାହା ଫଳରେ ମୁଁ ରାଜନୀତି ବିଜ୍ଞାନରେ M.A. pass କରିବା ପର୍ୟ୍ୟନ୍ତ ଗୋଟିଏ ମାତ୍ର ବହି କିଣି ପରୀକ୍ଷାରେ ପାସ କଲି । ବାଲେଶ୍ଵର କଳିଙ୍ଗ mess ରେ ମୋତେ ରଖିବା ଓ ମୋତେ ସହାୟତା ଦେଇଥିବା ଯୋଗୁଁ ମୁଁ ଆଜୀବନ କୃତଜ୍ଞ ରହିବି । ବାଲେଶ୍ବର hospital ରେ ତାଙ୍କର ପରଲୋକ ହେବା ଦିନ ଉପସ୍ଥିତ ରହି ଥିଲି । ହାର୍ଟ stroke ହେବା ପରେ ତାଙ୍କୁ hospital ନିଆ ଯାଇଥିଲା । ନିଜର ଝିଆରୀ ଜ୍ୱାଇଁ ଡକ୍ଟର ସୁଶାନ୍ତ ନାୟକ ଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ଵେ ଆମେ ତାଙ୍କୁ ହରାଇଛୁ । ସେହି ଦୁଖଦ ମୁହୂର୍ତ୍ତର ସମସ୍ତ ଘଟଣା ଗୁଡିକ ଆଜି ଆଖି ଆଗରେ ଜୀବନ୍ତ ହୋଇ ଉଠୁଛି । ଆଜି ଏହି ପୁଣ୍ଯ ତିଥିରେ ଆମ ପରିବାରର କୁଳଦେବତାଙ୍କୁ ପ୍ରାର୍ଥନା କରୁଛି ତାଙ୍କରି ପରି ବଡ ଭାଇ ଆମ ମାନଙ୍କୁ ସବୁ ଜନ୍ମରେ ପ୍ରାପ୍ତ ହେଉ ଥାଉ । ଆଖିରୁ ଲୁହ ଝରାଇ ତାଙ୍କର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସ୍ଥାନ ପାଇଥାଉ ଏତିକି ପ୍ରାର୍ଥନା କରୁଛି ।
ଆଜି ଆମ ବଡ ଭାଇଙ୍କ ଶ୍ରାଦ୍ଧ । ତାଙ୍କ ସ୍ନେହ ମୋପାଇଁ ଅଭୁଲା ସ୍ମୃତି |ସେ ଯେଉଁଠି ବି ଥାଆନ୍ତୁ ଭଲରେ ଥାଆନ୍ତୁ ଆଉ ଆମକୁ ଆଶୀର୍ବାଦ କରୁଥାଆନ୍ତୁ ଏହା ଶ୍ରୀ ରଘୁନାଥଙ୍କ ଚରଣରେ ମୋର ମାଗୁଣୀ । 🙏🙏

No comments:
Post a Comment