On the occasion of Late Pitambar Dalai's death anniversary
Bhagabat Dalai writes.. ✒️
ଆଜି ଆମ ପରିବାରର ବଡବାପା ସ୍ଵର୍ଗତ ପିତାମ୍ବର ଦଳାଇ ଙ୍କର ପୁଣ୍ଯ ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ପିଲାବେଳେ ତାଙ୍କର ସ୍ନେହୀ ଓ ନିଷ୍କପଟ ଭଲ ପାଇବା ଗୁଣ ଗୁଡିକ ଆଖି ଆଗରେ ନାଚି ଯାଉଛି । ଉପରକୁ ଭାରି କଠୋର ଲାଗୁ ଥିଲେ ବି ଅନ୍ତର ଭିତରେ ଆମ ପାଇଁ ସ୍ନେହର ଗନ୍ତାଘର ଥିଲେ ।ଆମେ ସ୍କୁଲ ରୁ ଭାତ ଖିଆ ଛୁଟିରେ ଆସିବା ପର୍ୟ୍ୟନ୍ତ ଅପେକ୍ଷା କରନ୍ତି ଓ ଆମକୁ ତାଙ୍କ ସଙ୍ଗରେ ଗୋଟିଏ ଥାଳିରେ ଖୁଆନ୍ତି । ତାଙ୍କ ପାଇଁ ଯୋଗେନ୍ଦ୍ର ମାଷ୍ଟ୍ରେ ଙ୍କ ପେଟ chimutiba ରୁ ରକ୍ଷା ପାଉଥିଲୁ । ମାଛ ରୁ କଣ୍ଟା କାଢି, ଆମ ନାକରୁ ସିଙ୍ଘାଣି ପୋଛି ଭାତ ନ ଖୁଆଇ ଦେଲେ ତାଙ୍କୁ ଶାନ୍ତି ମିଳେନାହିଁ । କୁଆଡେ ଗଲା ସେଇ ଦିନ ଗୁଡିକ । ମାଛ ଧରିବା ବେଳେ ଠକରା ମାମୁଁ ଙ୍କ କାନ୍ଧ ଉପରେ ବସି ବାଉଁଶ ପୋତିବେ ଆଉ ମାଛ ଡେଇଁ ଗଲେ ବାପାଙ୍କ ଉପରେ ଓ ଅନ୍ୟ ମାନଙ୍କ ଉପରେ ଯୋଉ ଗାଳି ସବୁ ଆଜି ପ୍ରତିବିମ୍ବିତ ହେଇଯାଉଛି । brain stroke ପରେ ବାଲେଶ୍ଵର hospital ଆଣିବା ଏବଂ ମୃତ୍ୟୁ ସମୟରେ ତାଙ୍କର ଅଳ୍ପ ସେବା କରିବା ପାଇଁ ସୁଯୋଗ ପାଇଥିଲି । ଆମ କୁଳଦେବତାଙ୍କୁ ପ୍ରାର୍ଥନା କରୁଛି ପରଲୋକ ରେ ଥାଇ ସେ ଆମ ମାନଙ୍କୁ ଆଶିର୍ବାଦ କରନ୍ତୁ ।
No comments:
Post a Comment